ଚଳିତ ବର୍ଷ ବୃଦ୍ଧି ପାଇଛି ବିଦେଶୀ ପକ୍ଷୀଙ୍କ ଆଗମନ

ରାଜନଗର, ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବଢ଼ିବାରେ ଲାଗିଛି ବିଦେଶୀ ପକ୍ଷୀଙ୍କ ଆଗମନ । ପୂର୍ବାପେକ୍ଷା ୧୭ ହଜାର ୭୬୬ ପକ୍ଷୀ ଅଧିକ ଆସିଛନ୍ତି ଭିତରକନିକା ଜାତୀୟ ଉଦ୍ୟାନକୁ । ତେବେ ସୂଚନା ଅନୁସାରେ ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ ଆସିଥିବାବେଳେ ଏ ବର୍ଷ ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଛନ୍ତି। ଜାନୁଆରୀ ୬ ତାରିଖରେ ହୋଇଥିବା ପକ୍ଷୀ ଗଣନାରୁ ଏହା ଜଣା ପଡିଛି । ଚଳିତ ବର୍ଷ ୧୨୧ ପ୍ରଜାତିର ବିଦେଶୀ ପକ୍ଷୀ ଭିତରକନିକାକୁ ଆସିଛନ୍ତି ।

Leave A Reply

Your email address will not be published.