You are currently viewing ଜାଲ ସାର୍ଟିଫିକେଟ ଦେଇ ବିଜେବିରେ ଆଡ଼ମିଶନ !

ଜାଲ ସାର୍ଟିଫିକେଟ ଦେଇ ବିଜେବିରେ ଆଡ଼ମିଶନ !

ଭୁବନେଶ୍ୱର(ଏଏନଏସ)୦୫/୦୪, ଜାଲ୍ ସାର୍ଟିଫିକେଟ ଦେଇ ବିଜେବି କଲେଜରେ ଆଡମିଶନ । ଗତ ତିନି ବର୍ଷ ମଧ୍ୟରେ ରେ ୮ ଛାତ୍ରଛାତ୍ରୀ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି । ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଚନ୍ତି ବିଜେବି କଲେଜ କର୍ତ୍ତୃପକ୍ଷ । ପୋଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା ଲଗାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ତିଆରି କଲେ, ଏଥିରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି ବିଜେବି କଲେଜ ପ୍ରିନ୍ସିପାଲ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।