ଭୁବନେଶ୍ୱର, କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଛାତରୁ ଫ୍ୟାନ୍ ଖସି ପଡିବା ଘଟଣାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମହିଳାଙ୍କର ମୃତ୍ୟୁ ଘଟିଛି । ଚିକିତ୍ସିତ ମହିଳାଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ମୃତ ମହିଳା ଜଣକ ଯାଜପୁର ଜିଲ୍ଲାର । ଗତ କିଛି ଦିନ ତଳେ ନିଆଁରେ ପୋଡି ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଉପରେ ଫ୍ୟାନ ଖସି ଯାଇଥିଲା । ଯାହାଫଳରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।