ଭୁବନେଶ୍ୱର: ବହୁକୋଟି ଦୁର୍ନୀତ୍ତି ମାମାଲାରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବରିଷ୍ଠ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ ମଂଜୁର କରିଛନ୍ତି ଭୁବନେଶ୍ୱରର ସ୍ୱତନ୍ତ୍ର ଅଦାଲତ |ବାପ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ନାମରେ ସରକାରୀ ତହବିଲରୁ ଲୁଟ ,ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ଠକେଇ ଆଦି ଦଫାରେ ଦୁର୍ନୀତି ନିବାରଣ ବିଭାଗ ଉଭୟଙ୍କୁ ଗିରଫ କରିଥିଲା |ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଏମାନଙ୍କର ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବା ପାଇଁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା |ମାତ୍ର ବିଡମ୍ବନା ଏହିକି ଯେ ,ଆଇନରେ ଥିବା ସ୍ୱତନ୍ତ୍ର ଧାରା ଅନୁଯାୟୀ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ଅଦାଲତ |ଧାର୍ଯ୍ୟ ୬୦ଦିନ ଭିତରେ ଅଭିଯୋଗ ଫର୍ଦ ଦାଖଲ କରିବାରେ ଦୁର୍ନୀତି ନିବାରଣ ବିଭାଗ ସକ୍ଷମ ହୋଇପାରି ନାହିଁ |ତଥାପି ମିଳିଥିବା ତଥ୍ୟ ଅନୁସାରେ ଉଭୟଙ୍କ ନାମରେ ଆହୁରି କେସ ଥିବାରୁ ସ୍ୱତନ୍ତ୍ର କୋଟରୁ ଜାମିନ ମିଳିଥିଲେ ମଧ୍ୟ ଅଭୟ ଓ ଆକାଶ ଜେଲରୁ ବାହାରି ପାରିବେ ନାହିଁ |
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍