ଶୀତରେ ଥରିଲାଣି ରାଜ୍ୟ!

ଭୁବନେଶ୍ୱର, ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଲାଣି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତର ପରିମାଣ ଅଧିକ ଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ସୂଚନା ମୂତାବକ, ଆସନ୍ତା ୩ରୁ ୪ ଦିନ ଭିତରେ ଅଧିକ ଶୀତ ପଡ଼ିପାରେ । ତା’ଛଡ଼ା ଆସନ୍ତା ୧୧ ଓ ୧୨ ତାରିଖ ବେଳକୁ ରାଜ୍ୟର କିଛି ଅଞ୍ଚଳରେ ଅଳ୍ପ ଓ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ । ତେବେ ରାଜ୍ୟର କିଛି ସ୍ଥାନରେ ୧୫ଡିଗ୍ରୀରୁ ତଳକୁ ପାରଦ ଖସିଥିବାବେଳେ, ସୋନପୁରରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ସେଠାରେ ପାରଦ ୧୦ଡିଗ୍ରୀ ତଳକୁ ଖସିଥିବା ସୂଚନା ।

Leave A Reply

Your email address will not be published.