You are currently viewing ନକଲି ଘିଅ କାରଖାନା ଠାବ

ନକଲି ଘିଅ କାରଖାନା ଠାବ

କଟକ, ପୁଣିଥରେ ନକଲି ଘିଅ କାରଖାନା ଠାବ ହୋଇଛି କଟକର ଜଗତପୁର ଶିଳ୍ପାଞ୍ଚଳରୁ । ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ କାରଖାନା ଉପରେ ଚଢ଼ାଉ କରି ପ୍ରାୟ ଏକ କୋଟିରୁ ଅଧିକ ମୂଲ୍ୟର ନକଲି ଘିଅ ଜବତ କରିଛି । ସେଠାରେ ବହୁ ନାମିଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ପଡ଼ିଥିବା ପୋଲିସର ନଜରକୁ ଆସିଛି । ସୂଚନା ଥାଉକି, ଲଗାତାର କଟକରୁ ନକଲି ସାମଗ୍ରୀ ଜବତ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏତେ ସବୁ ସତର୍କତା ଭିତରେ କେମିତି ବ୍ୟବସାୟୀମାନେ ନକଲି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ସେନେଇ ସ୍ଥାନୀୟ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।