You are currently viewing କଟକରୁ ନକଲି ମସଲା କାରଖାନା ଠାବ

କଟକରୁ ନକଲି ମସଲା କାରଖାନା ଠାବ

କଟକ, କଟକରୁ ପୁଣି ନକଲି ମସଲାଗୁଣ୍ଡ ଠାବ ହୋଇଥିବା ସୂଚନା ମିଳିଛି । ଚାଉଳିଆଗଞ୍ଜ ଥାନା ଗତିରାଉତ ପାଟଣାରରେ ପୋଲିସ ଚଢାଉରେ ବହୁଳ ପରିମାଣର ନକଲି ହଳଦୀ ଓ ମସଲାଗୁଣ୍ଡ ଜବତ ହୋଇଛି  । ସେଠାରୁ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ପଡିଥିବା ଦେଖିବାକୁ ମିଳିଛି  । ଖବରପାଇ କମିଶନରେଟ ପୋଲିସ ସେଠାରେ ପହଂଚି ଚଢାଉ ଜାରି ରଖିଛି । ସୂଚନାଯୋଗ୍ୟ, ଗତକାଲି କଟକରୁ ଏକ ନକଲି ଘିଅ କାରଖାନା ଠାବ ହୋଇଥିବାବେଳେ ବର୍ତ୍ତମାନ ନକଲି ମସଲା ତିଆରି କାରଖାନା ଠାବ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।