ଓଡଗାଁରେ ଅଗ୍ନିକାଣ୍ଡ;୩୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ଓଡଗାଁ, ଓଡଗାଁ ବ୍ଲକ ସିନେମା ହଲ ସ୍ଥିତ ବାଗଦେବୀ ପ୍ରିଣ୍ଟର ଏବଂ ନାୟକ ପ୍ଲାଷ୍ଟିକରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ପ୍ରାୟ ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁଲାଗି ବାଗଦେବୀ ପ୍ରିଣ୍ଟରର ପ୍ରିଟିଙ୍ଗ ମେସିନ ସମେତ ପ୍ରିଣ୍ଟିିଙ୍ଗ ବ୍ୟାଗ, ଜେରକ୍ସ ମେସିନ ଆଜି ଜଳିଯାଇଛି ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପାଖ ଦୋକାନ ନାୟକ ପ୍ଲାଷ୍ଟିକରେ ମଧ୍ୟ ନିଆଁ ଲାଗି ପ୍ରାୟ ୨ ଲକ୍ଷ ଟଙ୍କାର ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଛି । ତେବେ ଆଜି ସକାଳ ସମୟରେ ଏହି ଅଘଟଣ ଘଟିଯାଇଛି । ନିଆଁ ଲାଗିଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହୀନୀକୁ ସୂଚନା ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ୧ ଘଣ୍ଟାର ସଂଘର୍ଷ ପରେ ନିଆଁକୁ ଆୟତ୍ତ କରିଥିଲା ।

Leave A Reply

Your email address will not be published.