You are currently viewing ବନ କର୍ମଚାରୀଙ୍କୁ ଗୁଳିମାଡ

ବନ କର୍ମଚାରୀଙ୍କୁ ଗୁଳିମାଡ

  • Post category:ଓଡିଶା
  • Reading time:1 mins read

ବୌଦ୍ଧ (୨୯.୩.୨୩) : ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ । ଗତକାଲି ରାତିରେ ବୌଦ୍ଧ ବଘିଆପଡା ଖଲିଆପାଲି ଛକରେ ବନ କର୍ମଚାରୀଙ୍କ ଉପରେ ଗୁଳିମାଡ ହୋଇଥିବା ସୂଚନା । ଦୁର୍ବୃତଙ୍କ ଗୁଳିମାଡରେ ଦୁଇ ବନବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଫରେଷ୍ଟଗାର୍ଡ ନବ କୁମାର ସାହୁ ଓ ଫରେଷ୍ଟଗାର୍ଡ ନୀଳାଚଳ ପ୍ରଧାନ । ଗତକାଲି ବିଳମ୍ବିତ ରାତିରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଖଲିଆପାଲି ଛକରେ ବନବିଭାଗର ପାଟ୍ରୋଲିଂ ଗାଡି ପହଞ୍ଚିବା ପରେ ୪ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ଗାଡି ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଖସିଯାଇଥିଲେ । ଫରେଷ୍ଟ ଗାର୍ଡ ନୀଳାଚଳ ପ୍ରଧାନଙ୍କ କାନ୍ଧରେ ୨ ରାଉଣ୍ଡ ଗୁଳି ବାଜିଥିଲା ବେଳେ ନବ କୁମାର ସାହୁଙ୍କ ପିଠିରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ମୋଟରୁ ୪ରୁ ୫ ରାଉଣ୍ଡ ଗୁଳିମାଡ ହୋଇଥିଲା ବେଳେ ଗାଡିରେ ମଧ୍ୟ ଗୁଳିମାଡର ଚିହ୍ନ ରହିଛି । ତେବେ ବନବିଭାଗ କର୍ମଚାରୀଙ୍କ ଉପରେ ବନ୍ୟଜନ୍ତୁ ଶିକାରି କିମ୍ବା ଗଞ୍ଜେଇ ମାଫିଆ ଅତର୍କିତ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ବୌଦ୍ଧ ବନବିଭାଗ ପକ୍ଷରୁ ଜୋରଦାର ପାଟ୍ରୋଲିଂ କରି ଶିକାରୀଙ୍କୁ ଧରୁଛି । ଏଥିସହ ଜଙ୍ଗଲରେ ହେଉଥିବା ଗଞ୍ଜେଇ ଚାଷକୁ ମଧ୍ୟ ନଷ୍ଟ କରୁଛି । ତେଣୁ ବନବିଭାଗ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିବା ଅଂଚଳରେ ଚର୍ଚ୍ଚା ହେଉଛି । ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।