ଯାଜପୁର, (ଉମେଶ ସାହୁ); ଫ୍ଲାଏ ଆସ ବ୍ରିକ ମାଲିକ ସଙ୍ଘ ତରଫରୁ 2021ମସିହାର ପ୍ରଥମ ବୈଠକ ଆଜି ଯାଜପୁର ରୋଡ ଗୀତା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଏଡିଏମ୍ ସନ୍ତୋଷ ମିଶ୍ର, ଆଶୋସିଏସନ ର ସଭାପତି ଭାରତ ଭୁଷଣ ଦେଓ, ଉପସଭାପତି ଧରଣୀଧର ଘଡାଇ, ସମ୍ପାଦକ ମନୋଜ ରାଉତ ଓ ଜିଲ୍ଲାର ସମସ୍ତ ଫ୍ଲାଏ ଆସ ମାଲିକମାନେ ଉପସ୍ଥିତ ଥିଲେ l

ଏହି ସଭାରେ କଳିଙ୍ଗନଗର ଏଡିଏମ୍ ତାଙ୍କ ଅବିଭାଷଣ ରେ କେମିତି ଫ୍ଲାଏ ଆସ ମାଲିକମାନଙ୍କୁ ଜିନ୍ଦଲ ଏବଂ ଭିସା ପ୍ଲାଣ୍ଟରୁ ଫ୍ଲାଏ ଆସ ପାଇଁ କୌଣସି ଅସୁବିଧା ନହେବ ଏବଂ ମାଲିକଙ୍କ ଗାଡି ସମାନ ଦିନରେରେ ଲୋଡ଼ିଂ କରି ବାହାରକୁ ବାହାରିବ ଏବଂ ସାଧାରଣ ଲୋକ ମାନେ ହଇରାଣ ନହେବାପାଇଁ ଗାଡି ପାଲ ବାନ୍ଦୀ ରୋଡ ଉପରେ ଚଳାଇବା ପାଇଁ ପରାମର୍ଶ ଦେଇଥିଲେ l ଯେଉ ମାଲିକମାନେ ରେଜିଷ୍ଟ୍ରେସନ କରିନାହାନ୍ତି, ସମସ୍ତଙ୍କୁ ରେଜିଷ୍ଟ୍ରେସନ କରାଇଦେବେ ବୋଲି କହିଥିଲେ l ସରକାରଙ୍କ ନିୟମ ଅନୁସାରେ ମାଟି ଇଟାକୁ ବ୍ୟାନ କରାଯାଇଥିବାରୁ ଲୋକମାନଙ୍କୁ ଘର ତିଆରି କରିବାରେ କୌଣସି ଅସୁବିଧା ନହେବା ପାଇଁ ଫ୍ଲାଏ ଆସ ଇଟାର ଆବଶ୍ୟକତା ଅଛି ବୋଲି କହିଥିଲେ l ଏହାଦ୍ଵାରା ଯାଜପୁର ଜିଲ୍ଲାରେ କିଛି ମାତ୍ରାରେ ବେକାରୀ ସମସ୍ୟା ଦୂର ହେବ ବୋଲି କହିଥିଲେ l