You are currently viewing ରଥଯାତ୍ରା ଉପଲକ୍ଷେ ଭୋଜନ କେନ୍ଦ୍ର

ରଥଯାତ୍ରା ଉପଲକ୍ଷେ ଭୋଜନ କେନ୍ଦ୍ର

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୨/୦୭, ପବିତ୍ର ରଥଯାତ୍ରା ଉପଲକ୍ଷେ ‘ୱଣ୍ଡର ୱାର୍ଲଡ ୱାଟର ପାର୍କ ‘ତରଫରୁ ମାଳତୀପାଟପୁର ଠାରେ ଏକଭୋଜନ କେନ୍ଦ୍ର ଖୋଲାଯାଇଥିଲା । ଶିଳ୍ପପତି ତଥା ସମାଜସେବୀ ନାରାୟଣ ପାତ୍ରଙ୍କର ପ୍ରତ୍ୟକ୍ଷ ତତ୍ୱବଧାନରେ ଶ୍ରଦ୍ଧାଳୁ ମାନଙ୍କୁ ସୁସ୍ୱାଦୁ ଭୋଜନ ସହ ମିନେରାଲ ପାଣି ଯୋଗାଇ ଦିଆଯାଇଥିଲା । ମୁଖ୍ୟ ପ୍ରଶାସକ ଗିରିଜା ଶଙ୍କର ରଥ ଓ ସାଧାରଣ ପରିଚାଳକ ରାଧାମୋହନ ନାୟକ ଭୋଜନ କେନ୍ଦ୍ରକୁ ପରିଚାଳନା କରିବା ସହ ନିଜେ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ।

୩ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଏହି ଭୋଜନ କେନ୍ଦ୍ରରେ ଭୋଜନ କରିଥିବା ବେଳେ ‘ୱାଣ୍ଡର ୱାଲ୍ଡ ୱାଟର ପାର୍କ ‘ର କର୍ମଚାରୀ ମାନେ ଏଥିରେରେ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ଏହି ସଂସ୍ଥା ତରଫରୁ ରଥଯାତ୍ରା ସମୟରେ ଭୋଜନ କେନ୍ଦ୍ର ଖୋଲାଯାଇଥାଏ । ଏତଦ୍ ବ୍ୟତୀତ ସମାଜସେବୀ ନାରାୟଣ ପାତ୍ର ସମାଜରେ ଅବହେଳିତ ହେଉଥିବା ଦୁର୍ବଳ ବର୍ଗଙ୍କ ପ୍ରତି ସହଯୋଗର ହାତ ବଢାଇଥାଆନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।