You are currently viewing ଭୁବନେଶ୍ୱରରେ ହେବ ୨ଟି ଫୁଟ ଓଭରବ୍ରିଜ, ଜାଣନ୍ତୁ କେଉଁଠି

ଭୁବନେଶ୍ୱରରେ ହେବ ୨ଟି ଫୁଟ ଓଭରବ୍ରିଜ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର(ଏଏନଏସ)୦୬/୦୪, ଭୁବନେଶ୍ୱରରେ ହେବ ୨ଟି ଫୁଟ୍ ଓଭରବ୍ରିଜ୍ ଓ ଗୋଟିଏ ଫ୍ଲାଇ ଓଭର । ଏନେଇ ତାଙ୍କ ପ୍ରସ୍ତାବକୁ କେନ୍ଦ୍ରରୁ ମଂଜୁରୀ ମିଳିଛି । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ସୂଚନା ଦେଇଛନ୍ତି । କସମୋପଲିସ୍ ଛକରେ ଜାତୀୟ ରାଜପଥ ଉପରେ ଗୋଟିଏ ଫ୍ଲାଇଓଭର ନିର୍ମାଣ ହେବାକୁ ଥିବା ବେଳେ କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ଠାରେ ହେବ ଫୁଟ୍ ଓଭରବ୍ରିଜ ବୋଲି ସୂଚନା ରହିଛି । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କଠାରୁ ଅନୁମତି ମିଳିସାରିଛି । ସେହିପରି ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକ ଟାଙ୍ଗି ପର୍ୟ୍ୟନ୍ତ ହେବ ବାଇପାସ୍ ରୋଡ୍ । କ୍ୟାପିଟାଲ ରିଜିଅନ୍ ରିଂ-ରୋଡ୍ ପାଇଁ ୫୭୪୪ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।