You are currently viewing ଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତି

ଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତି

  • Post category:ଓଡିଶା
  • Reading time:1 mins read

ପୁରୀ ଏମାରମଠ ପରିସରରୁ ବାହାରିଲା ସିଂହମୂର୍ତ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହ ମୂର୍ତ୍ତି ବାହାରିଥିବା ସୂଚନା ରହିଛି । ଏପଟେ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ହୋଇ ନହୋଇ ଖନନ କାର୍ଯ୍ୟ ଚାଲୁଥିବାରୁ ଶ୍ରୀମନ୍ଦିର ଚାରିପାଖରେ ଥିବା ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇ ଯିବ ବୋଲି ଅଭିଯୋଗ କରିଛନ୍ତି ଆଇନିଜୀବୀ । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ତଥ୍ୟ ଏବେ ସାମ୍ନାକୁ ଆସିବାକୁ ଲାଗିଛି ।

ଗତ ମେ ୭ ତାରିଖରେ ଏଏସ୍ଆଇ ଦେଇଥିବା ସତ୍ୟପାଠ ଏବେ ଅନେକ ଗୁମର ଖୋଲିଛି । ସତ୍ୟପାଠର ୪୦ ତମ ପୃଷ୍ଠାରେ ଖନନ ସମୟରେ ଗତ ଏପ୍ରିଲ ୨୯ ତାରିଖରେ ମାଟି ତଳୁ କିର୍ତ୍ତିରାଜି ମିଳିଥିବା କଥା ସ୍ପଷ୍ଟ ହୋଇଛି । ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଂଲଗ୍ନ କରି ASI ହାଇକୋର୍ଟଙ୍କୁ ଏନେଇ ଅବଗତ କରାଇଛି । ତେବେ ଏତେ ବଡବଡ ଖନନ ହୋଇଥିବାରୁ ଆହୁରି ଅନେକ ଏପରି ପ୍ରାଚୀନ ମୂର୍ତ୍ତି ମିଳିଥିବାର ସନ୍ଦେହକୁ ଏଡ଼ାଇ ଦିଆଯାଇ ନପାରେ ।

ଆହୁରି ଅନେକ ମାଟି ତଳେ ରହିଥିବାର ମଧ୍ୟ ଅନୁମାନ କରାଯାଏ । ବିନା ଗ୍ରାଉଣ୍ଡ ପେନିଟ୍ରେସନ ରାଡ଼ର ସର୍ଭେରେ ଏପରି ଖନନ ହେଉଥିବାରୁ ଏବେ କିର୍ତ୍ତିରାଜି ସହ ମାଟିତଳେ ରହିଥିବା ପ୍ରାଚୀନ କିର୍ତ୍ତିରାଜି ସହ ମାଟିତଳେ ପୋତି ହୋଇ ରହିଥିବା ପ୍ରାଚୀନ ଐତିହ୍ୟର ଅଂଶ ବିଶେଷ ପ୍ରତି ମଧ୍ୟ ଦେଖାଦେଇଛି ବିପଦ । ଏତେ ପୁରାତନ ଯାଗାରେ ଖନନ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।ଏବେ ଏମାରମଠ ଖୋଳାସ୍ଥାନରେ ଏକ ସିଂହ ମୂର୍ତ୍ତି ପୁଣି ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।