କଳିଙ୍ଗ ଷ୍ଟୁଡିଓ ପୁନଃନିର୍ମାଣର ଶିଳାନ୍ୟାସ ଆଜି

ଭୁବନେଶ୍ୱର, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟୁଡିଓ ପୁନଃନିର୍ମାଣ କାର୍ଯ୍ୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହା ଏକ ଉଦ୍ୟମ ।

ଏଥିପାଇଁ ୨୦୦ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟସରକାର । ଆଜି ସନ୍ଧ୍ୟା ୫.୩୦ ରେ କଳିଙ୍ଗ ଷ୍ଟୁଡିଓ ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ମିଳିଥିବା ସୂଚନାଅନୁସାରେ କୋଭିଡ୍ ଗାଇଡଲାଇନ ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Leave A Reply

Your email address will not be published.