ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୧,୮୫୭କୁ ବୃଦ୍ଧି ପାଇଛି |ଯାହା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି |

ତେବେ ମୃତକ ୪ଜଣଙ୍କ ମଧ୍ୟରୁ ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ମହିଳା । ବାଲେଶ୍ୱରରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି ତାଙ୍କୁ ୫୮ ବର୍ଷ ହୋଇଥିଲା ଓ ସେ ଉଚ୍ଚ ରକ୍ତଚାପ ସହିତ ଅନ୍ୟ ସମସ୍ୟାରେ ବି ପୀଡ଼ିତ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି, ସେ ଭୁବନେଶ୍ୱରର ବାସିନ୍ଦା ଥିଲେ। ତାଙ୍କୁ ୫୫ ବର୍ଷ ହୋଇଥିଲା। ତାଙ୍କର ଡାଇବେଟିସ୍ ସମ୍ବନ୍ଧୀୟ ସମସ୍ୟା ବି ରହିଥିଲା । ମୟୂରଭଞ୍ଜରେ ଜଣେ ୫୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି। ତାଙ୍କର କିଡ୍ନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ରହିଥିଲା। ସୁନ୍ଦରଗଡ଼ରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ହୃଦରୋଗରେ ପୀଡ଼ିତ ଥିଲେ।