ରାଜ୍ୟରେ ୩ଟି ପର୍ଯ୍ୟାୟଭୁକ୍ତ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ୱର: କରୋନାର ମାଗଣା ଟିକା ମିଳିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା । ରାଜ୍ୟରେ ଜାନୁଆରି ଭିତରେ ଟିକାକରଣ ଆରମ୍ଭ ହେବା ନେଇ ଆଶାବାଦୀ । ୩ଟି ପର୍ଯ୍ୟାୟଭୁକ୍ତ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହିତ ବୟସ୍କ ବ୍ୟକ୍ତିଙ୍କୁ ବି ଦିଆଯିବ ମାଗଣା ଟିକା | ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ବି ମିଳିବ ମାଗଣା ଟିକା। କେବଳ ଏତିକି ନୁହେଁ ବରଂ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ଟିକା ଦେବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାକୁ କେନ୍ଦ୍ରର ଯୋଜନା ରହିଛି । ଜାନୁଆରୀ ଭିତରେ ଟିକାକରଣ ଆରମ୍ଭ ହେବା ନେଇ କହିଲେ ମନ୍ତ୍ରୀ ନବଦାସ ।ତେବେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ କମୁଥିବା ବେଳେ ସମସ୍ତେ କରୋନା ଟିକାକୁ ନେଇ ଆଶାବାଦୀ ଅଛନ୍ତି

Leave A Reply

Your email address will not be published.