You are currently viewing ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ WiFi; କୁଳସଚିବଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି 

ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ WiFi; କୁଳସଚିବଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ WiFi । ଏନେଇ ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା WiFi ଯୋଗାଯିବ। ଫଳରେ  ପିଲାଙ୍କ ପାଠପଢାରେ ସୁବିଧା ହେବ । ଏହା ଦ୍ବାରା ରାଜ୍ୟର ଶିକ୍ଷାକ୍ଷେତ୍ରରେ ମଧ୍ୟ ବିକାଶ ହେବ।

ଅଧିକାଂଶ ପାଠ୍ୟ ପୁସ୍ତକ ଅନଲାଇନରେ ମିଳୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏବଂ ଯାହା  ଖର୍ଚ୍ଚ ହେବ ସେହି ଏଷ୍ଟିମେସନ୍ ଦେବାକୁ କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।