ଭଞ୍ଜନଗର, (ବବି ରଥ); ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଇପାସ୍ ନିକଟ ବିଷୋୟୀଛକ ଠାରେ ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ସ୍ଥାନୀୟ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ, ଆଇନଜୀବୀ, ସାମ୍ବାଦିକ, କବିସମ୍ରାଟ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ନୂତନ ଅଧ୍ୟକ୍ଷ, ସମାଜସେବୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଥମେ ସଂଗ୍ରାମୀଙ୍କ ମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପରେ ତାଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ଗାନ କରିଥିଲେ । ସେଠାରେ ଉପସ୍ଥିତ ଥିବା ଅତିଥିମାନେ ନିଜର ଅଭିଭାଷଣରେ ଲଢ଼ୁଆ ନେତା ଚକରା ବିଷୋୟୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ ।