ବିପଦରେ ଗଜରାଜ

ସମ୍ବଲପୁର (ଏ ଏନ୍ ଏସ)୨୨/୦୬,ପଡ଼ିଆବାହାଲ ସାପଲହରା ଗାଁ ରୁ ଆସିଛି ଗୋଟିଏ ଦୁଃଖନିୟ ଖବର | ଦୀର୍ଘ ପାଞ୍ଚ ଦିନ ଧରି ପଙ୍କ ପୋଖରୀରେ ରହିଵା ପରେ ଦନ୍ତା ହାତୀର ମୃତ୍ୟ ଘଟିଛି |
ସୂଚନା ଅନୁସାରେ ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ବନାଞ୍ଚଲ ସାପଲହରା ଦେଉଳ ବନ୍ଧରେ 3ଦିନ ଧରି ଗୋଟେ ଅସୁସ୍ଥ ହାତୀ ଫସି ରହିଥିଲା | ଚତୁର୍ଥ ଦିନରେ ତାର ଚିକିତ୍ସା ଆରମ୍ଭ ହୋଇଥିଲା | ଭୁବନେଶ୍ୱର ଓୟୁଏଟିର ଶଲ୍ୟ ବିଭାଗର ପ୍ରଫେସର ଡ଼. ଇନ୍ଦ୍ରମଣୀ ନାଥଙ୍କ ନେତୃତ୍ୱ ରେ ନନ୍ଦନକାନନ, ସାତକୋଶିଆର ବିଶେଷଜ୍ଞ ଏବଂ ସମ୍ବଲପୁର ତଥା ବୁର୍ଲା ର ଟିମ ଚିକିତ୍ସା କରିଥିଲେ ଗତ 2 ଦିନ ଧରି | ହାତୀର ଡାହାଣ ଗୋଡ କାନ୍ଧ ପାଖରେ କ୍ଷତ ହୋଇଥିଲା, ଯନ୍ତ୍ରଣା ରେ ହାତୀ 20 ଦିନଧରି ଏପଟେ ସେପଟେ ବୁଲିଲା, ଶେଷରେ ଗତ ଶୁକ୍ରବାର ଦିନ ସାପଲହରା ଦେଉଳବନ୍ଧ କୁ ପାଣି ପିଇବାକୁ ଆସି ସେଠି ଫସି ରହିଲା | ହାତୀର ଚିକିତ୍ସା ଚାଲିଥିଲା ହେଲେ ହାତୀ କିଛି ନଖାଇ ପାଞ୍ଚଦିନ ଧରି ପଙ୍କପୋଖରୀରେ ପଡିରହିଲା | କ୍ରେନ ସାହାଯ୍ୟ ରେ ହାତୀକୁ ଯେତେବେଳେ ପୋଖରୀ ତଟକୁ ଅଣାଗଲା, ଆଣିବା ସମୟରେ ତାର ମୃତ୍ୟୁ ଘଟିଛି ବଳି ଡିଏଫଓ ବିଶ୍ୱନାଥ ନୀଳାନୱର ସୂଚନା ଦେଇଛନ୍ତି | ସେପଟେ ଯଦି ଦେଖିବା ବନ୍ୟବିଭାଗ ଏବଂ ଓୟୁଏଟିର ଅବହେଳା ତଥା ଚିକିତ୍ସା ରେ ବିଳମ୍ବ କାରଣ ରୁ ହାତୀର ମୃତ୍ୟୁ ଘଟିଛି ବୋଲି ଉପସ୍ଥିତ ଗ୍ରାମବାସୀ କହିଛନ୍ତି | ହାତୀ ଯେତେବେଳେ ଚାଲିବୁଲି ପାରୁଥିଲା ସେତେବେଳେ କଣ କାରଣରୁ ହାତୀ କୁ ପାଣିରୁ କଢ଼ା ଗଲା ନାହିଁ | ତରବରିଆ ହୋଇ ହାତୀ ଦେହରେ ବେଲ୍ଟ ଲଗାଇ କ୍ରେନ ସାହାଯ୍ୟ ରେ ପୋଖରୀ ତଟ କୁ ଆଣିବା ବିଭାଗୀୟ ଅଧିକାରୀଙ୍କ ଭୁଲ ନିଷ୍ପତ୍ତି ବୋଲି ଅନେକ ମତ ପ୍ରକାଶ କରିଛନ୍ତି |

ଅନ୍ୟପକ୍ଷରେ ଡିଏଫୋ ସୂଚନା ଦେଇଛନ୍ତି ଯେ ହାତୀର ଦାନ୍ତ କାଟି ରଖାଯାଇଛି | ପୋଷ୍ଟମାର୍ଟମ ରିପୋର୍ଟ ଆସିଲା ପରେ ଜଣା ପଡିବ ହାତୀ ମୃତ୍ୟୁ ପଛର କାରଣ |

Leave A Reply

Your email address will not be published.

18 + eleven =