ଖେଳ ହେଲା କାଳ

ରାୟଗଡା, ଗାଁ ଦାଣ୍ଡରେ ଖେଳୁଥିଲେ ଦୁଇ ଶିଶୁ । ଖେଳ ଏମିତି ଚାଲିଥିଲା ଯେ, ଉଭୟ ଶିଶୁ ଖେଳରେ ପୁରା ମଜି ଯାଇଥିଲେ । ଖେଳ ଭଲ ଲାଗିବାରୁ ଉଭୟେ ଲୁଚକାଳି ଖେଳିବାକୁ ମନ ବଳାଇଥିଲେ । ପରେ ସେମାନେ ଗାଁ ସ୍କୁଲ ପାଖରେ ଥିବା ଏକ ପାଳ କୁଡିଆ ପାଖ୍‌କୁ ଗଲେ ଲୁଚକାଳି ଖେଲିବାକୁ । କୁଡିଆ ଭିତରଟି ଲୁଚକାଳି ଖେଳ ପାଇଁ ଉଚିତ ସ୍ଥାନ ମନେ କରି ଲୁଚି ଗଲେ ଦୁଇ ଶିଶୁ । ମାତ୍ର ଏହି ଖେଳ ଯେ ତାଙ୍କ ପାଇଁ କାଳ ହେବ ତାହା କିଏ ଜାଣିଥିଲା । ହଠାତ୍ କୁଡିଆରେ ଅଗ୍ନିକାଣ୍ଡ ଘଟିଲା । ନିମିଷକେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାଲରିସ୍ ଗାଁର ଦୁଇ ଶିଶୁ କନ୍ୟା ପ୍ରାଣ ହରାଇଲେ । ଏହି ଦୁହେଁ ହେଲେ କୁମାରୀ ମାଝି (୩) ଓ ଦିବ୍ୟା ମାଝି (୪) । ଏହି ଦୁହିଁଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଉକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.