ପୁରୀ(ଅନନ୍ତ ସିଂ), ଗତ ୧୦ ତାରିଖରେ ପୁରୀରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ସମୁଦ୍ରକୂଳ ନିକଟସ୍ଥ ଦିଗନ୍ତ ଲେନରେ ଥିବା ଏକ ହୋଟେଲ୍ ରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ଏନେଇ ଘଟଣା ସମ୍ପର୍କରେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରାଯାଇଥିଲା । କୁମ୍ଭାରପଡ଼ା ପୁଲିସ ଅଭିଯୁକ୍ତ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ନିରାକାରପୁରର ହୃଦାନନ୍ଦ ହରିଚନ୍ଦନ(୩୦) ଓ ବଡ଼ମ୍ବାର ଗାନ୍ଧି ଦଳାଇ(୫୦) ।
ପୋଲିସ ସୂଚନା ମୁତାବକ ଘରେ ଝଗଡ଼ା ଲାଗି ମହିଳା ଜଣକ ଗଞ୍ଜାମରୁ ଚାଲି ଆସିଥିଲେ । ଅଭିଯୁକ୍ତ ଦୁଇଜଣ ମହିଳାଙ୍କୁ ବସଷ୍ଟାଣ୍ଡରୁ ମୋଟର ସାଇକେଲ୍ ଯୋଗେ ନେଇ ମଲ୍ଲିକା ହୋଟେଲ୍ ରେ ଦୁଷ୍କର୍ମ କରିଥିଲେ। ହୃଦାନନ୍ଦ ପୂର୍ବରୁ ସେହି ହୋଟେଲରେ କାମ କରୁଥିଲେ । ବର୍ତ୍ତମାନ ଉଭୟ ହୃଦାନନ୍ଦ ଓ ଗାନ୍ଧୀ ମିସ୍ତ୍ରୀ କାମ କରୁଥିବା ଜଣାପଡିଛି । ଅଭିଯୁକ୍ତ ଦୁଇଜଣଙ୍କ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍