ରାୟଗଡ଼ା(ଏଏନଏସ)୧୦/୦୪, ରାୟଗଡା ଜିଲ୍ଲା ମୁନିଗୁଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ସେଠାରୁ ପ୍ରାୟ ୧୨୦ କିଲୋ ଗଞ୍ଜେଇ ଜବତ ହୋଇଥିଲାବେଳେ ସ୍କର୍ପିଓ ମଧ୍ୟ ଜବତ ହୋଇଛି।
ସୂଚନା ଅନୁସାରେ, ଏକ ସ୍କର୍ପିଓ ଗାଡି କୁଟ୍ରାଗଡ଼ ଛକ ନିକଟରେ ଜଣେ ଯୁବକକୁ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ପୋଲିସ ଖବର ପାଇଥିଲା। ଏସଡ଼ିପିଓଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ସ୍କର୍ପିଓକୁ ପିଛା କରିଥିଲେ। ଝାମରାଗୁଡା ନିକଟରେ ଦୁର୍ବୁତ୍ତ ମାନେ ସ୍କର୍ପିଓ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ପରେ ପୋଲିସ ସ୍କର୍ପିଓ ପାଖକୁ ଯାଇ ଯାଞ୍ଚ କରିବା ବେଳକୁ ସେଥିରୁ ଗଞ୍ଜେଇ ପାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।
ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତିଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭରରାସ୍ତା କଡରେ ମୃତଦେହନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତକେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼ପୁଣି ଆସୁଛି କାଳବୈଶାଖୀଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ଅଭିଯୋଗରେ ଥାନରେ ଏତାଲା