You are currently viewing ଗ୍ୟାସ ସିଲିଣ୍ଡର ଫାଟି ଶିଶୁ କନ୍ୟାର ମୃତ୍ୟୁ

ଗ୍ୟାସ ସିଲିଣ୍ଡର ଫାଟି ଶିଶୁ କନ୍ୟାର ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର (୨୨.୩.୨୩) : ଫାଟିଲା ଗ୍ୟାସ ସିଲିଣ୍ଡର, ଦେଢ଼ ମାସର ଶିଶୁ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ମିର୍ଜାପୁର ଅଞ୍ଚଳରେ । ରମଜାନ ମଲିକଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟିଥିବା ନେଇ ସୂଚନା ମିଳିଛି । ହଠାତ ବଡ଼ ଧରଣର ଶବ୍ଦ ହୋଇଥିଲା, ତାଙ୍କର ଦୁଇ ବଖରା ଘରେ ନିଆଁ ଲାଗି ଯାଇଥିଲା । ବିସ୍ଫୋରଣରେ ୪୦ ଦିନର ଶିଶୁ କନ୍ୟାର ମୃତ୍ୟୁ ହେବା ସହ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କାହିଁକି ଗ୍ୟାସ ସିଲିଣ୍ଡର ଫାଟିଲା, ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।