ଭୁବନେଶ୍ବର(29.1.23): ପୁରୁଷ ହକି ବିଶ୍ବକପ୍-୨୦୨୩ରେ ଜର୍ମାନି ଓ ବେଲଜି୍ୟମ ମଧ୍ୟେରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ର ନିୟମିତ ସମୟରେ ଫଳାଫଳ ନବାହାରିବାରୁ ସୁଟ୍ଆଉଟ୍ ଖେଳାଯାଇଛି। ଏଥିରେ ଜର୍ମାନିର ବିଜୟ ହୋଇଛି। ଜର୍ମାନି ୩(୫)-୩(୪) ଗୋଲ୍ରେ ଗତ ଚାମ୍ପିଅନ ବଲେଜିୟମ୍କୁ ପରାସ୍ତ କରି ପୁରୁଷ ହକି ବିଶ୍ବକପ୍ ଟ୍ରଫି ହାତେଇଛି। ଜର୍ମାନି ତୃତୀୟ ଥର ପାଇଁ ବିଶ୍ବକପ୍ ଟ୍ରଫି ହାସଲ କରିଛି। ଏହା ପୂର୍ବରୁ ୨୦୦୬ ଓ ୨୦୦୨ରେ ଜର୍ମାନି ବିଶ୍ବ ବିଜେତା ହୋଇଥିଲା।ନିୟମିତ ସମୟରେ ବେଲଜିୟମ ପ୍ରଥମ କ୍ବାର୍ଟରରେ ଭଲ ପ୍ରଦର୍ଶନ କରିଥିଲା ୯ ଓ ୧୦ ମିନିଟରେ ଲଗାତାର ୨ଟି ଗୋଲ୍ ଦେଇ ୨-୦ ଆଗୁଆ ଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରର ଶେଷ ସମୟ ବେଳକୁ ଜର୍ମାନି ଏକ ଗୋଲ ଦେଇଥିଲା। ଜର୍ମାନି ୩ୟ ଓ ୪ର୍ଥ କ୍ବାର୍ଟରେ ଗୋଲ୍ (୪୦ ଓ ୪୭ ମିନିଟ) ଦେଇ ୩-୨ରେ ଅଗ୍ରଣୀ ଥିଲା। କିନ୍ତୁ ବେଲଜିୟମ ୫୮ ମିନିଟରେ ଏକ ଗୋଲ୍ ଦେଇ ସମାନ ସ୍ତରକୁ ଆଣିଥିଲା। ଫଳାଫଳ ନବାହାରିବାରୁ ଶେଷରେ ସୁଟ୍ଆଉଟ୍ର ସାହାର ନିଆଯାଇଥିଲା।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ