You are currently viewing ଜିଆଇ ଟ୍ୟାଗ ଦୌଡରେ ‘ମଗଜିଲଡୁ’

ଜିଆଇ ଟ୍ୟାଗ ଦୌଡରେ ‘ମଗଜିଲଡୁ’

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ(୧.୧୨.୨୨) : ଢେଙ୍କାନାଳର ସ୍ୱାତନ୍ତ୍ର ମିଠା ‘ମଗଜି ଲଡୁ’ ର ସ୍ୱାଦ ନିଆରା । ତେଣୁ ଏହି ମିଠା ଏବେ ଜିଆଇ ଟ୍ୟାଗ ଦୌଡରେ ସାମିଲ ଅଛି । ଏଥି ପାଇଁ ପ୍ରାଥମିକ ପରୀକ୍ଷଣ ଓ ନିରୁପଣ ବି ସରିଛି । ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀରରେ ର୍ନିମିତ ଏହି ମଗଜି ଲଡୁ ଜିଆଇ ଟ୍ୟାଗ ଦୌଡରେ ଥିବାରୁ ଢେଙ୍କାନାଳ ବାସୀ ଖୁସି । ଏହି ଟ୍ୟାଗ ମିଳିଲେ ସେମାନଙ୍କ ସ୍ୱପ୍ନ ପୂରଣ ହେବ । ଦେଢ ଶହ ବର୍ଷ ପୂର୍ବେ ଏହି ମଗଜି ମିଠା ଗନ୍ଦିଆର ଷଡଙ୍ଗୀ ଗାଁରେ ପ୍ରସ୍ତୁତ ହୋଇଥିଲା । ସେ ସମୟରେ ଚକ୍ରଧର ସାହୁ ନାମକ ବ୍ୟବସାୟୀ ପ୍ରଥମେ ଷଡଙ୍ଗୀ ବସଷ୍ଟାଣ୍ଡ ନିକଟରେ ଏକ ମିଠା ଦେକାନ ଖୋଲି ଏହାକୁ ବିକ୍ରି କରିଥିଲେ । ଏହା ପରେ ଏହା ଢେଙ୍କାନାଳର ସମସ୍ତ ମିଠା ଦୋକାନରେ ପହଞ୍ଚି ସାରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।