ପୁରୀ(ଅନନ୍ତ ସିଂ ) କିଛି ଦିନ ତଳେ ଜଣେ ଭକ୍ତ ମହାପ୍ରଭୁଙ୍କୁ ସୁନା ଓ ରୂପା ଅଳଙ୍କାର ପ୍ରଦାନ କରିଥିଲେ । ସେହି ଦାନ ଅଳଙ୍କାର ସବୁ ମହାପ୍ରଭୁଙ୍କଠାରେ ଲାଗି ହୋଇଛି । ଦାତା ଜଣକ ପ୍ରାୟ ୪ କେଜି ୮୫୮ ଗ୍ରାମ ସୁନା ଏବଂ ୩ କେଜି ୮୭୬ ଗ୍ରାମ ରୂପାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ ।
ସେହି ଅଳଙ୍କାର ସବୁଙ୍କୁ କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମରେ ଯଉମୁଦ ଦେଇ ରଖାଯାଇଥିଲା । ତେବେ ସୂଚନା ଅନୁସାରେ, ଆଜି ଅଳଙ୍କାର ସବୁକୁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଶ୍ରୀମନ୍ଦିରକୁ କଡା ସୁରକ୍ଷାରେ ନିଆଯାଇଛି। ସମସ୍ତ ଅଳଙ୍କାର ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁସାରେ ବେଶରେ ବ୍ୟବହାର କରାଯିବ ।