“ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି”

ଭୁବନେଶ୍ୱର, ଆଜି ହେଉଛି ବୀରପୁତ୍ର ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ସମସ୍ତେ ନେତାଜୀ ନାମରେ ଜାଣନ୍ତି ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ । ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଏହି ମହାନ ପୁରୁଷ, ଓଡ଼ିଶା କଟକ ମାଟିର ସନ୍ତାନ । ୧୮୯୭ମସିହା ଜାନୁଆରୀ ୨୩ତାରିଖରେ ଓଡ଼ିଶା ଜନ୍ମଭୂମିରେ ଜନ୍ମଲାଭ କରିଥିଲେ ଏହି ବୀର ଓଡ଼ିଆ ପୁଅ । ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଥିବା ନେତାଜୀଙ୍କର । ୧୯୨୩ରେ ନେତାଜୀ ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ହୋଇଥିଲେ । ବର୍ଲିନରୁ ଆଜାଦ ହିନ୍‌ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ ଏହି ସାହସୀ ସଂଗ୍ରାମୀ । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଆହ୍ୱାନ ସମସ୍ତଙ୍କୁ ଏକଜୁଟ କରିଥିଲା । ଆଜିବି ଯୁବପିଢ଼ୀମାନଙ୍କ ଆଦର୍ଶ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ଆଜି ନେତାଜୀଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।

Leave A Reply

Your email address will not be published.