ଭୁବନେଶ୍ୱର- ଶ୍ରୀ ଜିଉଙ୍କୁ ୪ କେଜି ୮୫୮ ଗ୍ରାମ ସୁନା ଓ ୩ କେଜି ୮୭୬ ଗ୍ରାମ ରୁପା ଦାନ କରିଛନ୍ତି ଜଣେ ଦାତା । ପବିତ୍ର ସରସ୍ୱତୀ ପୂଜା ଅବସରରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯାଳୟରେ ସୁନା ଅଳଙ୍କାର ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ଏହି ଅଳଙ୍କାର ଭିତରେ ୯୩ଟି ଶ୍ରୀମୁଖ ପଦ୍ମ, ୬ଟି ଝୋବା ଓ ୨ଟି ତଡ଼କି ରହିଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ବଡ଼ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମା’ ସୁଭଦ୍ରାଙ୍କ ୨ଟି ତଡ଼କି ଓ ୨ଟି ଝୋବା ରହିଛି।