ଝାରସୁଗୁଡା (2.2.23): ନବ ଦାସଙ୍କ ସହ ସବୁଠି ଥିଲେ ହତ୍ୟାକାରୀ ଗୋପାଳ ଦାସ । ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାଳ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିକଟତର ହେବାର ଅନେକ ସୁଯୋଗ ପାଇଥିଲେ ଗୋପାଳ । ବ୍ରଜରାଜନଗର ବିଧାନସଭା କ୍ଷେତ୍ରକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ନବ ଦାସ । ଏହି ସମୟରେ ଡ୍ୟୁଟି ହେଉ କି ସାଧାରଣ ଭାବେ ପୋଲିସ ଅଧିକାରୀ ହୋଇଥିବାରୁ ଅତି ନିକଟକୁ ଯିବା ସହଜ ହେଉଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ନବ ଦାସଙ୍କ ଅତି ନିକଟରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।ଏବେ ଯେଉଁ ଫଟୋଟି ଦେଖୁଛନ୍ତି ତାହା ଗତ ବର୍ଷ ସେପ୍ଟେମ୍ବର ୧୮ ତାରିଖର। ଅବସର ଥିଲା ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। ସେପ୍ଟେମ୍ବରରୁ ଜାନୁଆରୀ, ଏହି ୪-୫ ମାସ ଭିତରେ କଣ ହେଲା। ଯଦି ପୂର୍ବରୁ କିଛି ଶତ୍ରୁତା ଥିଲା, ସେ ସମୟରେ ହତ୍ୟା କରିବାର ସୁଯୋଗ ପାଇପାରିଥାନ୍ତେ। ତେଣୁ ଗତ ରବିବାର ଗାନ୍ଧିଛକରେ ଗୁଳି ମାଡ଼ କରିବା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି ।ରବିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧି ଛକ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି ମାରିଥିଲେ । ବ୍ରଜରାଜନଗରରେ ନିଜ ଝିଅ ଦୀପାଳି ଦାସଙ୍କ ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଯାଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଥିଲା । ନବ ଦାସଙ୍କ ବାମ ଛାତିରେ ଗୁଳି ଲାଗିଥିଲା । ସଂଗେ ସଂଗେ ଚିକିତ୍ସା ପାଇଁ ତାଙ୍କୁ ଝାରସୁଗୁଡା ଜିଲ୍ଲା ହସପିଟାଲକୁ ନିଆଯାଇଥିଲା । ସ୍ଥିତି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସପିଟାଲକୁ ଏୟାରଲିପ୍ଟ ଯୋଗେ ନିଆଯାଇଥିଲା । ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ