You are currently viewing ସବୁ ଶନିବାର ସରକାରୀ ଅଫିସ ବନ୍ଦ

ସବୁ ଶନିବାର ସରକାରୀ ଅଫିସ ବନ୍ଦ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଚଳିତ ମାସ ଅର୍ଥାତ୍ ନଭେମ୍ବର ମାସର ସବୁ ଶନିବାର ସରକାରୀ ବାବୁମାନଙ୍କ ପାଇଁ ବନ୍ଦ ରହିବ ଅଫିସ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ, କଟକ ଓ ଭୁବନେଶ୍ୱରର ସମସ୍ତ ସରକାରୀ ଅଫିସ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଏଥିରେ ସାମିଲ ରହିବେ ଗ୍ରୁପ ଏ ଅଧିକାରୀ । ଅଫିସ ମୁଖ୍ୟ ନିର୍ଦ୍ଧାରଣ କରିବେ କେଉଁମାନେ ଅଫିସ କାର୍ଯ୍ୟରେ ଯୋଗଦେବେ । ଜରୁରୀକାଳୀନ ସେବା ଯଥା ପୋଲିସ,ଅଗ୍ନିଶମ, ସ୍ୱାସ୍ଥ୍ୟ ଇତ୍ୟାଦିର କର୍ମଚାରୀମାନେ କାର୍ଯ୍ୟରେ ରହିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।