You are currently viewing ମଣିନାଗ ପୀଠରେ ଉଦଘାଟନ ହେଲା ଅତିଥିଭବନ

ମଣିନାଗ ପୀଠରେ ଉଦଘାଟନ ହେଲା ଅତିଥିଭବନ

  • Post category:ଓଡିଶା
  • Reading time:1 mins read

ରଣପୁର(ନୟାଗଡ) ୦୬/୧୦, ଓହିଶାର ଅନ୍ୟତମ ଶକ୍ତିପୀଠ ମା’ ମଣିନାଗ ମନ୍ଦିର ନିକଟରେ ଅତିଥି ଭବନ ଓ ଶୌଚାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘ ଦିନ ଧରି ଏହି ଅତିଥି ଭବନଟି ନିର୍ମାଣ କରାଯାଇଥିବା ବେଳେ ରାଜନୈତିକ ଦ୍ୱନ୍ଦ ଯୋଗୁ ଏଯାବତ ଲୋକଙ୍କ ସେବାରେ ଆସୁନଥିଲା । ପର୍ଯ୍ୟଟନ ଋତୁରେ ରାଜ୍ୟ ଓ ରାଜ୍ୟ ବହାରୁ ଶହସ୍ରାଧିକ ପର୍ଯ୍ୟଟକ ଏହି ପୀଠକୁ ଆସୁଥିବା ବେଳେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଜି ଏହାର ଉଦଘାଟନ ପରେ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ରଣପୁରର ପୂର୍ବତନ ବିଧାୟକ ବରିଷ୍ଠ ବଜେପି ନେତ୍ରୀ ସୁରମା ପାଢୀ ଉପସ୍ଥିତ ରହିବା ସହ ଆଗାମୀ ଦିନରେ ମଣିନାଗ ପୀଠରେ ଅନେକ ଲୋକାଭିମୁଖୀ କାର୍ଯ୍ୟ ତାଙ୍କ ଦଳ ତରଫରୁ ନିଆଯିବ ବୋଲି ସୂଚନା ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।