ରାଜ୍ୟରେ ସାଧାରଣତନ୍ତ୍ର ଦିବସ ନିମନ୍ତେ ଗାଇଡଲାଇନ ଜାରି

ଭୁବନେଶ୍ୱର, ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ଚିଠି କରିଛି ଗୃହ ବିଭାଗ । ଗାଇଡଲାଇନ ଅନୁସାରେ, ସକାଳ ୮ଟା ୩୦ ପରେ ପତାକା ଉତ୍ତୋଳନ କରାଯିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ପରେଡରେ କେବଳ ପୋଲିସ ହିଁ ସାମିଲ ହେବେ । ଚଳିତ ବର୍ଷ କୌଣସି ଛାତ୍ରଛାତ୍ରୀ ଏବଂ ଏନସିସି କ୍ୟାଡେଡ ପରେଡରେ ସାମିଲ ହେବେ ନାହିଁ । ତେବେ ଉତ୍ସବ ସ୍ଥଳରେ କୋଭିଡ ଗାଇଡଲାଇନକୁ କଡାକଡିଭାବେ ପାଳନ କରାଯିବ ।

Leave A Reply

Your email address will not be published.