ସାମାଜିକ ଉତ୍ସବ ଉପରେ କଟକଣା

ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନାର ଦ୍ୱିତୀୟ ଲହର ଆଶଙ୍କା ବଢ଼ିଯାଇଛି । ଫଳରେ ରାଜ୍ୟରେ ପୁଣି ଥରେ କରୋନା କଟକଣାକୁ ଜୋରଦାର କରିଦିଆଯାଇଛି । ତେବେ ଏନେଇ ବିବାହ ଓ ଶୁଦ୍ଧିକ୍ରିୟାରେ ମଧ୍ୟ କଟକଣା ଲଗାଯାଇଛି । କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ୫୦୦ ଲୋକଙ୍କୁ ବିବାହରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ଏବେ ପୁଣି ଥରେ ଲୋକଙ୍କ ସଂଖ୍ୟା କମାଇ ଦିଆଯାଇଛି । ସୂଚନାଅନୁସାରେ , ବିବାହ ପାଇଁ ୫୦୦ ଲୋକରୁ ୨୦୦ ଲୋକଙ୍କୁ ଅନୁମତି ମିଳିଛି । ସେହିପରି ଶୁଦ୍ଧିକ୍ରିୟାରେ ୫୦୦ ପରିବର୍ତ୍ତେ ୫୦ ଜଣଙ୍କୁ ଅନୁମତି ମିଳିଛି । ତେବେ ଏହି କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବ ।
ଏଠାରେ ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗକୁ ଆସୁଥିବା ଦୋଳ ଓ ହୋଲି ଉପରେ ମଧ୍ୟ କଟକଣା ଲଗାଇ ଦିଆଯାଇଛି । ଶୋଭାଯାତ୍ରା, ମୀନାବଜାର, ଏବଂ ବାହାରେ ହୋଲି ଖେଳିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

Leave A Reply

Your email address will not be published.