ଭୁବନେଶ୍ୱର, କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରୁଛି । ରାଜ୍ୟରେ କରୋନା ଭାଇରସର ନୂଆଷ୍ଟ୍ରେନର ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ମୁଣ୍ଡବିନ୍ଧାର କାରଣ ହୋଇଛି । ରାଜ୍ୟରେ ଆଗକୁ ଦୋଳ ଯାତ୍ରା ଓ ହୋଲି ପର୍ବ ଆସୁଥିବାବେଳେ ସଂକ୍ରମଣ ବ୍ୟାପିବା ଆଶଙ୍କା ନେଇ କଟକଣା ଜାରି ହୋଇଛି । ହୋଲି ଓ ଦୋଳ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

ହୋଲି ଓ ଦୋଳଯାତ୍ରାକୁ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରସ୍ତୁତ ନିର୍ଦ୍ଦେଶନାମା ଅନୁସାରେ, ଚଳିତ ବର୍ଷହେବାକୁ ଥିବା ଦୋଳ ମେଲଣକୁ ମନା କରାଯାଇଛି । ବାହାରେ ହୋଲଇ ନ ଖେଳି ଘରେ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି । ତେବେ ଦୋଳ ଯାତ୍ରାରେ ଲୋକଙ୍କ ଗହଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣଭାବେ ବାରଣ କରାଯାଇଛି। ତେବେ ସ୍ଥାନୀୟ ଚାହିଁଲେ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇପାରିବେ । ତେବେ ଏହି ନିୟମକୁ ଉଲଘଂନ କଲେ ଉଲଘଂନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।