ପାର୍କ ଓ ରେଷ୍ଟୁରାଣ୍ଟରେ କଟକଣା

ଭୁବନେଶ୍ୱର-୨୨.୦୪.୨୦୨୧, କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଭୁବନେଶ୍ୱରରେ ଥିବା ସମସ୍ତ ପାର୍କରେ କଟକଣାକୁ ଜୋରଦାର କରିଛି ବିଏମସି । ବିନା ମାସ୍କରେ କୌଣସି ବ୍ୟକ୍ତି ପାର୍କରେ ପ୍ରବେଶ କରିପାରିବେ ନାହିଁ । ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବା ନିହାତି ଆବଶ୍ୟକ । ପାର୍କରେ ଏଣେତେଣେ ଛେପ ପକାଇବା ସମ୍ପୂର୍ଣ ବାରଣ ହୋଇଛି । ପାର୍କର ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ବିଏମସି ପକ୍ଷରୁ ରୋକ ଲଗାଯାଇଛି ।
ଏହା ବ୍ୟତୀତ ରେଷ୍ଟୁରାଣ୍ଟରେ ବସି ଖାଇବା ଉପରେ ମଧ୍ୟ କଟକଣା ଲଗାଇଛିି ବିଏମସି । ଗତ ୧୯ ତାରିଖରେ SRCଙ୍କ ପକ୍ଷରୁ ଜାରି ଗାଇଡଲାଇନ ଏହି ନିର୍ଦ୍ଦେଶ ଥିଲା । ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିଛି ବିଏମସି। କଟକଣା ଅନୁସାରେ ରେଷ୍ଟୁରାଣ୍ଟରେ କୌଣସି ବ୍ୟକ୍ତି ବସି ଖାଇପାରିବେ ନାହିଁ । ଏଥିପାଇଁ ପାର୍ସଲ ବ୍ୟବସ୍ଥା କରାଯାଇଛି ଏବଂ ଅନଲାଇନ ଡେଲିଭରିକୁ ଅନୁମତି ଦିଆଯାଇଛି । ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.