You are currently viewing ଗୁଳିମାଡ଼ରେ ଟଳିଲେ ଢାବା ମାଲିକ

ଗୁଳିମାଡ଼ରେ ଟଳିଲେ ଢାବା ମାଲିକ

  • Post category:ଓଡିଶା
  • Reading time:1 mins read

ବଣାଇ ୨୭/୦୨, ବଣାଇ କୋଇଡ଼ା ଥାନା ମାଲଦା ନିକଟରେ ଗୁଳିକାଣ୍ଡ ହୋଇଛି । ଏଥିରେ ଢାବା ମାଲିକ ରମେଶ ଚାତମ୍ବାଙ୍କ ମୃତ୍ୟୁ ହୋଇଛି । ରମେଶଙ୍କ ସହଯୋଗୀ ରାମ ପୂର୍ତ୍ତି ଗୁରୁତର ହୋଇଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯୋଡା ଟିସ୍କୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ରମେଶ ଚାତମ୍ବାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ବ୍ୟକ୍ତି ରାମ ପୂର୍ତ୍ତିଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କୋଇଡା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ ୪ ରାଉଣ୍ଡ ଗୁଳିମାଡ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।