ପୁରୀ(ଏଏନଏସ) ୧୪/୧୦, ଦିନକୁ ଦିନ ଶ୍ରୀକ୍ଷେତ୍ରରେ ହବିଷିଆଳି ମାନଙ୍କ ପ୍ରତି ମନ୍ଦିର ପୋଲିସ ଓ ସେବାୟତଙ୍କ ଅତ୍ୟାଚାର ବଢିଚାଲିଛି । ବାରମ୍ବାର ହବିଷିଆଳିମାନେ ସେବାୟତଙ୍କ ଦୁର୍ବବ୍ୟବହାରର ଶିକାର ହେଉଛନ୍ତି । ଦର୍ଶନ କରିବାକୁ ଯିବା ବେଳେ ଶ୍ରୀମନ୍ଦିର ଭିତରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଧକ୍କା ମାରିବା ସହ ମାଗଣା ଖିଆ କହି ଟାହିଟାପରା କରୁଥିବାରୁ ହବିଷ୍ୟାଳିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ଦୁଇଦିନ ତଳେ ଜଣେ ସେବାୟତ ହବିଷିଆଳିଙ୍କ ଉପରେ ହାତ ଉଠେଇଥିବା ଖବର ପ୍ରସାରିତ ହେବା ପରେ ଏବେ ପୁଣି ବୃନ୍ଦାବତୀ ନିବାସର ଆଉ ଜଣେ ହବିଷିଆଳି ଏହି ଦୁର୍ବବ୍ୟବହାରର ଶିକାର ହୋଇଛନ୍ତି । ହବିଷ୍ୟାଳି ଜଣଙ୍କ ହେଲେ ବୃନ୍ଦାବତୀ ନିବାସରେ ରହୁଥିବା ନୟାଗଡ଼ ଜିଲ୍ଲାର କିଛି ହବିଷ୍ୟାଳି ଏବଂ ତାଙ୍କ ସାଙ୍ଗରେ ଯାଉଥିବା ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କୁ ବି ଜେଟିପି, ସେବାୟତମାନେ ଦୁର୍ବ୍ୟବହାର କରିଛନ୍ତି । ସେବାୟତଙ୍କ ବିରୋଧରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଓ ବୃଦ୍ଧିଜୀବୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା