ଭୁବନେଶ୍ବର,ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ପ୍ରତିଦିନ ଅଜଣା ମର ଶରୀର ଉଦ୍ଧାର କରୁଛି ପୋଲିସ । ଏନେଇ ଆଜି ଆଉ ଏକ ମୃତ ଶରୀର ଜବତ କରିଛି ପୋଲିସ । ଭୁବନେଶ୍ବର ଘାଟିକିଆ ଅଞ୍ଚଳରୁ ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତ ଦେହ ପୋଲିସ ଉଦ୍ଧାର କରିଥିବା ସୂଚନା ରହିଛି । ଆଜି ସକାଳେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟକ୍ତି ଜଣକଙ୍କ ପ୍ରକୃତ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।