ଭୁବନେଶ୍ୱର, ଭୁବନେଶ୍ୱର ଚନ୍ଦକା ଉପକଣ୍ଠ ଦାସପୁର ଅଞ୍ଚଳରୁ ଗତ ଗୁରୁବାର ଦିନ ଏକ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଥିଲା ପୋଲିସ୍ । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ କଟା ମୁଣ୍ଡ ମିଳିପାରି ନାହିଁ ଏବଂ ମହିଳାଙ୍କ ପ୍ରକୃତ ପରିଚୟ ମଧ୍ୟ ଜଣାପଡି ନାହିଁ । ମୃତ ଦେହକୁୂ ଉଦ୍ଧାର କରି ତଦନ୍ତ ଆରମ୍ଭ କରିସାରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ପ୍ରଥମେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି ଓ ପରେ ମୁଣ୍ଡକୁ କଟାଯାଇଛି ।
ତେବେ ମୃତ ମହିଳାଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ୨ ଟି ଫୋନ ନମ୍ବର ଜାରି କରିଛି ପୋଲିସ । ଫୋନ ନମ୍ବର ଦୁଇଟି ହେଲା – ୮୨୮୦୩୩୮୨୯୬ ଓ ୮୨୮୦୩୩୮୩୨୩ ।
