You are currently viewing ‘ସ୍ୱାସ୍ଥ୍ୟକର୍ମୀ ଟୀକା ଦେବା ପାଇଁ ବାଧ୍ୟ ନୁହଁନ୍ତି’

‘ସ୍ୱାସ୍ଥ୍ୟକର୍ମୀ ଟୀକା ଦେବା ପାଇଁ ବାଧ୍ୟ ନୁହଁନ୍ତି’

ଭୁବନେଶ୍ୱର, ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟୀକା ବାଧ୍ୟତାମୂଳକ ନୁହେଁ । ଯେଉଁମାନେ ସ୍ୱଇଚ୍ଛାରେ ଚାହିଁବେ, ସେମାନେ ହିଁ ଟୀକା ନେଇପାରିବେ । ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ । କେନ୍ଦ୍ରର ସୂଚନା ମୂତାବକ ଆଗାମୀ ୧୦ ଦିନ ମଧ୍ୟରେ କରୋନା ଟୀକା ଓଡ଼ିଶାରେ ପହଞ୍ଚିପାରେ । ଟୀକା ପହଞ୍ଚିବାର ଦିନେ ଦୁଇଦିନ ମଧ୍ୟରେ ଟୀକାକରଣ କରାଯିବ । ସମୁଦାୟ ୨ଟି ପର୍ଯ୍ୟାୟରେ ଟୀକାକରଣ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।