ପୁରୀରେ ମୁଷଳଧାରାରେ ବର୍ଷା

ପୁରୀ (ଏ ଏନ୍ ଏସ)୦୫/୦୮, ଲଘୁଚାପ ପ୍ରଭାବ ରେ ପୁରୀ ରେ ଆରମ୍ଭ ହୋଇଛି ଲଗାଣ ବର୍ଷା। ସକାଳୁ ବର୍ଷା ଆରମ୍ଭ ହେଇଥିବା ବେଳେ ମୁଷଳ ଧାରା ରେ ବର୍ଷା ଲାଗି ରହିଛି। ଫଳରେ ଯାତାୟତ ଅସୁବିଧା ଭୋଗିଛନ୍ତି ପୁରୀ ସହର ବାସୀ ଓ ପୁରୀ କୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ। ପ୍ରବଳ ବର୍ଷା ଲାଗି ରହିଥିବା ହେତୁ ଅନେକ ପର୍ଯ୍ୟଟକ ବୁଲାବୁଲି ନ କରି ପାରି ହୋଟେଲ ରେ ରହିଛନ୍ତି। ଫଳରେ ଅନେକ ପର୍ଯ୍ୟଟକ ନିରାଶ ହୋଇଛନ୍ତି। ସେପଟେ ପାଣିପାଗ ବିଭାଗ ର ସୁଚନା ଅନୁଯାୟୀ ଆହୁରି 2 ଦିନ ପ୍ରବଳ ବର୍ଷିବ। ପୁରୀ ଜିଲ୍ଲା ରେ ମଧ୍ଯ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସୁଚନା ଦିଆଯାଇଛି।

Leave A Reply

Your email address will not be published.

four × 1 =