ଲଘୁଚାପପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା

ଭୁବନେଶ୍ୱର (ଏଏନଏସ) ୦୬/୦୮, ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶାରେ ଆଜି ସକାଳୁ ଲାଗି ରହିଛି ପ୍ରବଳ ବର୍ଷା । ଟ୍ୱିନ ସିଟି ସହ ଶ୍ରୀକ୍ଷେତ୍ର ପୁରୀ , ବାଲେଶ୍ୱର, ଖୋର୍ଦ୍ଧା ,ନୟାଗଡ ଆଦି ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାଜ୍ୟର ଅନ୍ୟସବୁ ଜିଲ୍ଲା ଗୁଡିକ ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବାର ଖବର ମିଳିଛି । ତେବେ ଅଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପ୍ରକୋପ ଯଦ୍ୱାରା ବ୍ୟସ୍ତ ବହୁଳ ସହର ଭୁବନେଶ୍ୱର,କଟକ ଓ ପୁରୀରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ପ୍ରବଳରୁ ପ୍ରବଳତ୍ତର ବର୍ଷା ହେବାର ସମ୍ଭାବାନା ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ଚଳିତ ମାସ ୧୧ ତାରିଖରେ ଆହୁରି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.

5 × two =