You are currently viewing ପ୍ରତିକ ଧର୍ମଘଟରେ ସାମିଲ ସହସ୍ରାଧିକ ଗୋଡାବାସୀ; ରେଳ ଓ ରାଜପଥ ନିର୍ମାଣ ବନ୍ଦ ପାଇଁ ଚେତାବନୀ

ପ୍ରତିକ ଧର୍ମଘଟରେ ସାମିଲ ସହସ୍ରାଧିକ ଗୋଡାବାସୀ; ରେଳ ଓ ରାଜପଥ ନିର୍ମାଣ ବନ୍ଦ ପାଇଁ ଚେତାବନୀ

ଢେଙ୍କାନାଳ, ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ତୃଟି, ରେଳପଥ ଦଣ୍ଡ ଭୋଗିବେ ଜନତା । ବେଳଥାଉ ବନ୍ଧ ବାନ୍ଧିବାକୁ ମେଳ ହୋଇଥିଲେ ଢେଙ୍କାନାଳ ଜିଲ୍ଲାର ଭୁବନ ଗଡନୃସିଂହପ୍ରସାଦ ପଞ୍ଚାୟତ ଗୋଡା ଗ୍ରାମବାସୀ । ପ୍ରଶାସନ ଜୁଲାଇ ୨୩ ସୁଦ୍ଧା ଆଲୋଚନାକୁ ନଆସିଲେ ପରିସ୍ଥିତି ଜଟିଳ ଆଡକୁ ଗତି କରିବ ବୋଲି ସୁଚାଇ ଦିଆଯାଇଥିଲା । କେହି ବି ପ୍ରଶାସନିକ ଅଧିକାରୀ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଆଲୋଚନା କୁ ଆସିଲେ ନାହିଁ । ଫଳରେ ଆବାହକ ବିଭୁତି ମହାନ୍ତିଙ୍କ ଆବାହକତ୍ବରେ ସହସ୍ରାଧିକ ମହିଳା, ଷୁରୁଷ ଜାତୀୟ ରାଜପଥ ୫୩ର ଗଡନୃସିଂହପ୍ରସାଦ ପଞ୍ଚାୟତ ଗୋଡା ଛକଠାରେ ପ୍ରତିକ ଧର୍ମଘଟରେ ସାମିଲ ହୋଇଥିଲେ । ଧର୍ମଘଟରେ ନେତୃତ୍ଵ ନେଉଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା କହିଛନ୍ତି, କେଉଁସର୍ଭେ ବଳରେ କରାଯାଇଛି ଓଭରବ୍ରିଜ ।

୧୧ ଖଣି ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସ୍କୁଲ କଲେଜ ଜମିଜମାକୁ ଯିବା ରାସ୍ତା ବନ୍ଦ । ସରକାର କାହା ପାଇଁ କରୁଛନ୍ତି । ଯଦି ଜନତାଙ୍କ ଉପକାରରେ ନ ଲାଗିବ । ଗୋଟିଏ ଗାଁ ରେଳପଥ ଓ ରାଜପଥ ଦ୍ବାରା ତିନି ଭାଗରେ ବିଭକ୍ତ । ଗୋଟିଏ ଗାଁ ରେ ଲାଗିବ ଦୁଇଟି ରେଳଫାଟକ । ୧୫୦୦ ହେକ୍ଟର ଜମିରୁ ଫସଲ ଆମଦାନୀର ଚିନ୍ତା କରୁନି ବିଭାଗ । ଚେତେଇ ଦେଉଥିବା ଜନତାଙ୍କୁ ନବୁଝିଲେ ଜନତା ବୁଝେଇଦେବେ ବୋଲି ଆହ୍ବାନ ଦେଇଛନ୍ତି ଆବାହକ ବିଭୁତି ମହାନ୍ତି । ଆଗାମୀ ଦିନରେ ରିଲେ ଧର୍ମଘଟ ଡାକରା ଦିଆଯାଇଛି, ତାକୁ କାର୍ଯ୍ୟକାରୀ କରିବାକୁ ସରକାରୀ କଳକୁ ଅନୁରୋଧ କରିଛୁ । କୋଭିଡି ନିୟମକୁ ମାନି ସମସ୍ତ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ତଥା ପୂର୍ବତନ ବ୍ଲକ ଅଧକ୍ଷ ପ୍ରେମାନନ୍ଦ ଜେନା ଜଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।