You are currently viewing ପରିବା ଦର ଆକାଶଛୁଆଁ

ପରିବା ଦର ଆକାଶଛୁଆଁ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ) ୧୭/୦୮: ଗତ ୧୦ ତାରିଖ ପରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଜିଛି । ଏହାର ପ୍ରଭାବ ପଡ଼ିଛି ରାଜ୍ୟର ପରିବା ବଜାର ଉପରେ । ୨ ଦିନ ହେବ ପରିବା ଦରରେ ଏକ ପ୍ରକାର ନିଆଁ ଲାଗିଛି । ପ୍ରାୟ ସବୁ ପରିବା ଦର ୬୦ ଟଙ୍କା ଉପରେ । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ବନ୍ୟା ଯୋଗୁ ଫସଲ ହାନି ହେବା ଆଶଙ୍କା ରହିଛି । ତେଣୁ ଆଗକୁ ଦର ଆହୁରି ବଢ଼ିପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି ବଜାର ବିଶେଷଜ୍ଞ ।

ଭୁବନେଶ୍ୱରର ୧ ନମ୍ବର ହାଟରେ ମଙ୍ଗଳବାର ଟମାଟୋ ଦର ୪୦ ଟଙ୍କା ରହିଥିବା ବେଳେ ଭୁବନେଶ୍ୱରର ଅନ୍ୟ ପ୍ରାନ୍ତଗୁଡିକରେ ଏହି ଦର ପ୍ରାୟ ୬୦ ଟଙ୍କା ରହିଛି । ସେହିଭଳି ପୋଟଳ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ସ୍ଥାନଗୁଡିକରେ ୫୦ ଟଙ୍କାରେ ବିକ୍ରି ହେଉଛି । ଏଠାରେ ବନ୍ଧାକୋବି ୪୦ ଟଙ୍କା, ବାଇଗଣ ୪୦ ଟଙ୍କା, ଭେଣ୍ଡି ୪୦ ଟଙ୍କା ଟଙ୍କା ରହିଛି । ତେବେ ୧ ନମ୍ବର ବାଦ ଅନ୍ୟ ସ୍ଥାନଗୁଡିକରେ ଏହାର ଦର ୬୦ରୁ ୮୦ ଟଙ୍କା ଯାଏ ବିକ୍ରି ହେଉଛି । ଅଧିକାଂଶ ପରିବା ଦର ଏବେ ଆକାଶ ଛୁଆଁ ।

ପ୍ରାୟ ୪ ଦିନ ତଳେ ଯାହାର ଦର ୨୦ରୁ ୨୫ ଟଙ୍କା ରହିଥିଲା ତାହା ଏବେ କିଲୋ ପିଛା ୮୦ ଟଙ୍କା ଯାଏ ବିକ୍ରି ହେଉଛି । ତେବେ ଆଳୁ ଦର ୨୫ ଟଙ୍କାରେ ଅପରିବର୍ତ୍ତିତ ଥିବା ବେଳେ ଖାଉଟିଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ପିଆଜ ଦରରେ ମଧ୍ୟ ପରିବର୍ତ୍ତନ ହୋଇନାହିଁ । ପନିପରିବା ଦର ବୃଦ୍ଧି ଆହୁରି ତେଜିବ କି ନାହିଁ ତାହା ବନ୍ୟା ପାଣି ଛାଡ଼ିଲେ ଜଣାପଡିବ ବୋଲି ବଜାର ପକ୍ଷରୁ ସୂଚନା ମିଳିଛି । ଦର ବୃଦ୍ଧି ପାଇଁ ଏବେ ଯୋଗାଣ ଏକ ପ୍ରମୁଖ ସମସ୍ୟା ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।