ଭୁବନେଶ୍ୱର (ଏଏନଏସ)୨୨/୦୩, ସକାଳୁ ସକାଳୁ ଟାଓ୍ଵାର ଉପରେ ଚଢିଗଲେ ଯୁବକ । ଦୁଇ ଘଣ୍ଟା ଉପରେ ରହିଲେ । ପୋଲିସକୁ ନାକେଦମ୍ କଲେ ଯୁବକ । ୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଶିଶୁଭବନ ଛକରେ ଆଜି ସକାଳୁ ଏହି ଘଟଣା ଦେଖିବାକୁ ମିଳିଥିଲା । ହୋର୍ଡିଂ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବକ । ସ୍ଥାନୀୟ ଲୋକ ଏକଥା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ । ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ଅଭିଯାନ । ଦୁଇ ଘଣ୍ଟା ପରେ ତାଙ୍କୁ ଉଦ୍ଧରା କରି ତଳକୁ ଆଣିଥିଲେ ଅଗ୍ନିଶମ ବାହିନୀ ଟିମ୍ । ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଛି । ହୋର୍ଡିଂ ଉପରେ ଚଢ଼ି ଯାଇଥିବା ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାରେ । ତାଙ୍କ ନାଁ ଟୁଲୁ ପାତ୍ର । ସେ ପେସାରେ ଜଣେ ଡ୍ରାଇଭର । ତେବେ ସେ ଏମିତି କାମ କାହିଁକି କଲେ ତାଙ୍କୁ ପଚରାଉଚରା କରୁଛି ପୋଲିସ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ