You are currently viewing ଗ୍ରୃହମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ

ଗ୍ରୃହମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୧୯.୦୧.୨୩) : ରାଜଧାନୀ ଭୁବନେଶ୍ୱରେ ବିଶ୍ୱକପ୍ ହକି ମ୍ୟାଚ ପାଇଁ ସୁରକ୍ଷା କଡାକଡି ଥିବା ବେଳେ ପଟିଆ ଅଞ୍ଚଳରେ ଦୁଇଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାକୁ ନେଇ ଆଜି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପତ୍ରିକ୍ରିୟା ପ୍ରକାଶ ପାଇଛି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ଅଭିଯୋଗ ଆଣିଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଉପରେ ଆଣ୍ଡାମାଡ କରାଯାଇଥିବା ବେଳେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦୁଷ୍କର୍ମ ପୀଡିତାଙ୍କ ପରିବାର ଓ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରାଯାଇଛି । ଏହାସହିତ ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟରେ ବାରମ୍ବାର ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା କରାଯାଉଥିବାରୁ ପୁଲିସ ବିଭାଗର ନିଷ୍କ୍ରିୟତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ପୋଲିସ ବିଭାଗରେ କର୍ମଚାରୀ ନାହାନ୍ତି କହି ପୁଲିସ ଦୋଷ ଠେଲୁଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱ ନେଇ ମହିଳାଙ୍କ ପ୍ରତି ଅନ୍ୟାୟକୁ ଦେଖି ଖୁସି ହେବା ସହ ରାଜ୍ୟବାସୀଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିବା ଲଜ୍ଜ୍ୟା ଓ ତାଚ୍ଛଲ୍ୟର ବିଷୟ । ଏବେ ରାଜଧାନୀରେ ହକି ବିଶ୍ୱକପ୍ ଚାଲିଥିବାରୁ ରାଜ୍ୟ ସରକାର ତ୍ରିସ୍ତରୀୟ ସୁରକ୍ଷାବଳୟ କରିଛନ୍ତି, କିନ୍ତୁ ମହିଳା ଦୁଷ୍କର୍ମ ଓ ହତ୍ୟା କିଭଳି ଘଟୁଛି ତାହା ପରିତାପର ବିଷୟ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା କହୁଥିବା ରାଜ୍ୟ ସରକାର ମହିଳାଙ୍କ ଦୁଷ୍କର୍ମ ଓ ମୃତ୍ୟୁ ଲାଗି ସମ୍ପୂର୍ଣ୍ଣ ଦାୟୀ । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଅପହରଣ, ଦୁଷ୍କର୍ମ ଓ ହତ୍ୟାରେ ୨୩ବର୍ଷର ନବୀନ ସରକାର ସର୍ବାଗ୍ରେ ରହିଛନ୍ତି । ଆଜି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ୫ଜଣିଆ ପ୍ରତିନିଧି ମଣ୍ଡଳୀ ପଟିଆ ରେଲୱେ ଷ୍ଟେସନ ନିକଟରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଦ୍ୱୟଙ୍କ ପରିବାର ଲୋକଙ୍କ ସହ କଥାହେବା ସହିତ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।  

ଅନ୍ୟମାନଙ୍କୁ ଜଣାନ୍ତୁ।