You are currently viewing ଶୁଷ୍କ ତ୍ବଚାରୁ କିପରି ପାଇବେ ମୁକ୍ତି

ଶୁଷ୍କ ତ୍ବଚାରୁ କିପରି ପାଇବେ ମୁକ୍ତି

  • Post category:ଓଡିଶା
  • Reading time:1 mins read

ଖରାଦିନେ ସାଧାରଣତଃ ପ୍ରାୟ ସମସ୍ତଙ୍କର ସ୍କିନ ଡ୍ରାଏ ହୋଇଯାଇଥାଏ । ଖରାଦିନେ ତ୍ୱଚା ଅଏଲି ମଧ୍ୟ ହୋଇଥାଏ, ତ୍ୱଚାରୁ ଝାଳ ବାହାରିଥାଏ ଯାହାଦ୍ୱାରା ତ୍ୱଚା ଶୁଷ୍କ ଦେଖାଯାଏ । ସ୍କିନକୁ ଡ୍ରାଏ ହେବାରୁ ବଞ୍ଚାଇବା ପାଇଁ ଅନେକ ଘରୋଇ ଉପାୟ ମଧ୍ୟ ଅଛି । ଯାହା ଦ୍ୱାରା ଆପଣ ଏ ସମସ୍ୟାରୁ ମୁକ୍ତି ପାଇପାରିବେ । ଯଦି ଆପଣଙ୍କର ତ୍ୱଚା ଖରାଦିନେ ରୁଖା ହୋଇଯାଉଛି ତେବେ ଆପଣ ମଧ୍ୟ ଏହାକୁ ଆପଣେଇ ପାରିବେ । ତେବେ ଆସନ୍ତୁ ଜାଣିବା ସେ ଉପାୟ ବିଷୟରେ ।
୧.ମାଇଲ୍ଡ ଫେସୱାଶ: କିଛି ଫେସୱାଶ ଓ କ୍ଲିନଜରରେ ଏମିତି କେମିକାଲ ଥାଏ ଯାହା ପ୍ରାକୃତିକ ମାଇଶ୍ଚରକୁ କାଢି ସ୍କିନକୁ ଡ୍ରାଏ କରିଦେଇଥାଏ । ଏଥିପାଇଁ ସବୁବେଳେ ମାଇଲ୍ଡ ଫେସୱାଶକୁ ବ୍ୟବହାର କରିବା ଆବଶ୍ୟକ । ଯେଉଁଥିରେ ମଶ୍ଚରାଇଜିଙ୍ଗ ଏବଂ ହାଇପୋଏଲଜାଇନିଙ୍ଗ ଥିବ ।
୨. ଗରମ ପାଣିର ବ୍ୟବହାର : କିଛି ଲୋକ ସ୍କିନକୁ ଠିକ୍ ରଖିବା ପାଇଁ ଓ ଛିଦ୍ର ଗୁଡିକୁ ଖୋଲିବା ପାଇଁ ବେଳେବେଳେ ଗରମ ପାଣିରେ ମୁହଁ ଧୋଇ ନିଅନ୍ତି । ଯଦି ଆପଣଙ୍କ ସ୍କିନ ଡ୍ରାଏ ତେବେ ଆପଣ ଗରମ ପାଣିରେ ଗାଧୋଇବା ବଦଳରେ ଥଣ୍ଡା ପାଣିରେ ଗାଧୋଇ ପାରିବେ । ଶରୀର ଥଣ୍ଡା ରହିଲେ ତ୍ୱଚା ଡିହାଇଡ୍ରେଟ ହେବ ନାହିଁ ଏବଂ ଡ୍ରାଏନେସ ମଧ୍ୟ ରହିବ ନାହିଁ ।

୩.ତ୍ୱଚାକୁ କଭର କରନ୍ତୁ : ସନସ୍କ୍ରିନ ଛଡା ଅନ୍ୟ ଉପାୟରେ ମଧ୍ୟ ସ୍କ୍ରିନକୁ କଭର କରି ରଖିବା ଆବଶ୍ୟକ । ଏହାଦ୍ୱାରା ସ୍କ୍ରିନକୁ ଡ୍ରାଏ ହେବାରୁ ବଞ୍ଚାଇ ପାରିବେ । ଖରାରେ ଯଦି ବାହାରକୁ ଯାଉଛନ୍ତି ତେବେ ମୁହଁକୁ ସଂପୂର୍ଣ୍ଣ ରୂପେ କଭର କରନ୍ତୁ । ଏହାଛଡା ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ ମୋଟା କପଡା ପିନ୍ଧନ୍ତୁ ଯାହାଦ୍ୱାରା ସୂର୍ଯ୍ୟକିରଣ ତ୍ୱାଚା ଯାଏଁ ପହଞ୍ଚିପାରିବ ନାହିଁ ।
୪. ଅଧିକ ପାଣି ପିଅନ୍ତୁ : ତ୍ୱଚାକୁ ଡ୍ରାଏନେସରୁ ବଞ୍ଚାଇବା ପାଇଁ ଅଧିକ ପାଣି ପିଅନ୍ତୁ । ଏହାଦ୍ୱାରା ସ୍କ୍ରିନ ହାଇଡ୍ରେଟ ହୋଇଥାଏ । ସ୍କ୍ରିନ ପ୍ରାକୃତିକ ଭାବେ ମଶ୍ଚରାଇଜିଙ୍ଗ ହୋଇଥାଏ । ଯଦି ଆପଣ ଠିକ୍ ଭାବେ ପାଣି ପିଇବେ ନାହିଁ ତେବେ ଶରୀର ଡିହାଇଡ୍ରେଟ ହେବ ଏବଂ ତ୍ୱଚା ଶୁଷ୍କ ହୋଇଯିବ ।
୫. ଡ୍ରାଏ ଫ୍ରୁଟରେ ଧ୍ୟାନ ଦିଅନ୍ତୁ : ଖରାଦିନେ ଏପରି ଡାଏଟ କରନ୍ତୁ ଯେପରି ଶରୀର ସଠିକ ରୂପେ ହାଇଡ୍ରେଟ ହୋଇପାରିବ । ଏଥିପାଇଁ ଆପଣ ଡାଏଟରେ ନଡିଆପାଣି, ଡ୍ରାଏ ଫ୍ରୁଟ, ଫୋଟ ମାଛକୁ ସାମିଲ କରନ୍ତୁ । ଏପରି କରିବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ହାଇଡ୍ରେଶନ ମିଳିଥାଏ ଏବଂ ପର୍ଯ୍ୟାପ୍ତ ନ୍ୟୁଟ୍ରିଶନ ମଧ୍ୟ ମିଳିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।