You are currently viewing ଶହଶହ ଏକର ଜମିରେ ମାଡ଼ିଲା ଲୁଣିପାଣି, ସ୍ଲୁଇସ ଗେଟ ନିର୍ମାଣ ପାଇଁ ରାସ୍ତାରେ ବସିଲେ ଗ୍ରାମବାସୀ

ଶହଶହ ଏକର ଜମିରେ ମାଡ଼ିଲା ଲୁଣିପାଣି, ସ୍ଲୁଇସ ଗେଟ ନିର୍ମାଣ ପାଇଁ ରାସ୍ତାରେ ବସିଲେ ଗ୍ରାମବାସୀ

  • Post category:ଓଡିଶା
  • Reading time:1 mins read

ଧାମରା, ଧାମରା ନିକଟସ୍ଥ ଜୟଦୁର୍ଗା ପାଟଣାରେ ଥିବା ସ୍ଳୁଇସ ଗେଟ ଦେଇ ଲୁଣା ପାଣି ଆସି ଶହଶହ ଏକର ଜମିରେ ମାଡ଼ିଯାଇଛି । ଏହାଫଳରେ ଆଗାମୀ ଦିନରେ ଏହି ଧାନ ଅମଳ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଖବରରୁ ପ୍ରକାଶ ଯେ, କଇଥଖୋଲା ଜଳସମ୍ପଦ ବିଭାଗ ଅଧିନରେ ଥିବା ଏହି ସୁ୍ଳଇସ ଗେଟରେ ଥିବା ଲୁହା ଗେଟଟି ଦୀର୍ଘ ଦିନ ହେବ ଭାଙ୍ଗି ଯାଇଛି । ଏହାକୁ ମରାମତି ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ବିଭାଗୀୟ କର୍ତ୍ତୁପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇପାରି ନାହାଁନ୍ତି । କିନ୍ତୁ ଗତକାଲି ରାତିରେ ଲୁଣା ଜୁଆର ଆସି ସମସ୍ତ ଫସଲ ନଷ୍ଟ କରିଦେଇଛି । ଏହାପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଧାମରା-ଚନ୍ଦନିପାଳ ପ୍ରତିରକ୍ଷା ରାସ୍ତାକୁ ଅବରୋଧ କରିଥିଲେ ।

ଯାହାଦ୍ୱାରା ଏହି ରାସ୍ତା ଦେଇ ଯାଉଥିବା ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା । ଏହି ଖବର ପାଇବା ମାତ୍ରେ ଧାମରା ପୋଲିସ ଓ ଧାମରା ମେରାଇନ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ । ପରେ ପ୍ରତିରକ୍ଷା ବିଭାଗର ଇନଚାର୍ଯ୍ୟ ଫୋନଯୋଗେ ପ୍ରକଳ୍ପ ଇନଚାର୍ଯ୍ୟ ଏବଂ ଯନ୍ତ୍ରୀଙ୍କ ସହ କଥା ହୋଇ ଲୋକଙ୍କୁ ପ୍ରତିଶ୍ରୁତି ଦେବାପରେ ସେମାନେ ରାସ୍ତାରୁ ହଟିଥିଲେ । ତେବେ ଦେଖିବାକୁ ବାକି ରହିଲା କେବେ ଗ୍ରାମବାସୀଙ୍କ ଦୁଃଖ ବୁଝିବ ପ୍ରତିରକ୍ଷା ବିଭାଗ । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।