You are currently viewing ପିପିଲି ବିଜେପି ରେ ସାମିଲ ହେଲେ ଶତାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟ

ପିପିଲି ବିଜେପି ରେ ସାମିଲ ହେଲେ ଶତାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟ

  • Post category:ଓଡିଶା
  • Reading time:1 mins read


ପିପିଲି, ପିପିଲି ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁକାନ୍ତ ଭଟ ଓ ପୂର୍ବତନ କାଉନସିଲର ଆଲେଜହୁର ଖାନଙ୍କ ନେତୃତ୍ୱରେ ଦାନଗହୀର,ହସନପୁର,ଯାଜପୁରା, ନୂଆଗୋଡି, ମୋଟାରୀ,ଭବାନିପୁର,ସୁଲତାନ ନଗର,ପିପିଲି ଏନଏସି, ଦାଣ୍ଡ ମୁକୁନ୍ଦପୁର, ଆଦି ପିପିଲି ଅଞ୍ଚଳର ଶତାଧିକ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକମାନେ ଆଜି କାଇପଦର ପୀର ବାବାଙ୍କ ପୀଠରେ ବଜେପିରେ ସାମିଲ ହୋଇଛନ୍ତି ।

ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ ହିତକର କାର୍ଯ୍ୟରେ ଆକୃଷ୍ଟ ହୋଇ ସେମାନେ ଆଜି ବିଜେପିରେ ସାମିଲ ହୋଇଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ଅଲ୍ଲୀ ବାବୁଲା, ଗନି ମହମ୍ମଦ, ସେକ କୟୁମ,ଆସିଗୁର ମହମ୍ମଦ, ଅଜଗର ଖାନ,ଅମିର ଖାନ,ସେକ ରହିମ, ସେକ ସଲିଲ, ସେକ ଅବଦୁଲ କଲିମ,ୱିୟିଦା ଖାନ,ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର,ସୁଧୀର ବିଶ୍ୱାଳ,ଜିଲ୍ଳା ସଂଖ୍ୟାଲଘୁ ଯୁବ ନେତା ସାହିଦ ରାଜା ପ୍ରମୁଖ ଯୋଗଦେଇ ଥିଲେ । ପୁରୀ ଜିଲ୍ଲା ବିଜେପି ସଭାପତି ଶ୍ରୀ ପଟ୍ଟନାୟକ ଓ କର୍ମୀମାନେ ପୀର ବାବାଙ୍କ ଆସ୍ଥାନରେ ଚାଦର ଚଢ଼ାଇ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।