କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ଆନ୍ଦୋଳନ

ବରଗଡ-୧୭.୦୫.୨୦୨୧, କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ତେଜିଲା ଆନ୍ଦୋଳନ । ବରଗଡ଼ ଗାନ୍ଧିଛକ୍ ଠାରେ ଆଜି ପଶ୍ଚିମ ଓଡିଶା ଯୁବା ମଞ୍ଚ ଓ ସଂକଲ୍ପ ପରିବାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବରଗଡ଼ କୋଭିଡ ହସ୍ପିଟାଲରେ ହେଉଥିବା ଅବ୍ୟବସ୍ଥା ନେଇ ଆମରଣ ଅନଶନ ଆନ୍ଦୋଳନ କରାଯାଇଛି । ବର୍ତ୍ତମାନ ସମୟରେ ଆଇସିୟୁ ,ଅକ୍ସିଜେନ ସହ ଉଚିତ ଚିକିତ୍ସା ଅଭାବରୁ ଅନେକ କୋଭିଡ ରୋଗୀ ଓ ସାଧାରଣ ରୋଗୀ ମୃତ୍ୟୁ ବରଣ କରୁଥିବା ଅଭିଯୋଗ କରିଛି ଉଭୟ ସ୍ୱେଚ୍ଛାସେବୀ ସଂଗଠନ ।

କୋଭିଡ଼ ହସ୍ପିଟାଲରେ ପର୍ଯ୍ୟାପ୍ତ ମାତ୍ରାରେ ଡାକ୍ତର ,ନର୍ସ ,ଫାର୍ମାସିଷ୍ଟ ନିଯୁକ୍ତି କରିବା ,ସିଟି ସ୍କାନ ଇସିଜି ରକ୍ତ ଇତ୍ୟାଦି ପରୀକ୍ଷାର ଚବିଶ ଘଣ୍ଟା ବ୍ୟବସ୍ଥା ,ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ବିଭିନ୍ନ ଦାବି କରିଛନ୍ତି ସଂକଳ୍ପ ପରିବାର ଓ ପଶ୍ଚିମ ଓଡିଶା ଯୁବାମଞ୍ଚ । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତାଙ୍କ ଅବହେଳା ଯୋଗୁ କୋଭିଡ ହସ୍ପିଟାଲରେ ଅନେକ ଅବ୍ୟବସ୍ଥା ଲାଗିରହିଛି ଏବଂ ତୁରନ୍ତ ଏହି ସମସ୍ୟାର ସମାଧାନ କରାନଯିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମ ଓଡିଶା ଯୁବାମଞ୍ଚ ଓ ସଂକଳ୍ପ ପରିବାର ।

Leave A Reply

Your email address will not be published.